ଶ୍ରମିକଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ସହାୟତା ରାଶିର ଚେକ୍ ପ୍ରଦାନ କଲେ ସିଏମ ଧାମି
by Argus News
Wed, Nov 29 | 2:59 p.m.

 ନୂଆଦିଲ୍ଲୀ: ଉତ୍ତରକାଶୀ ଟନେଲରୁ ଉଦ୍ଧାର ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଉତ୍ତରାଖଣ୍ଡ ସିଏମ୍ ପୁଷ୍କର୍ ସିଂ ଧାମି । ସିଟି ହସ୍ପିଟାଲରେ 41 ଶ୍ରମିକଙ୍କୁ ଭେଟିବା ସହ କଥା ହୋଇଛନ୍ତି ଧାମି । ଏଥିସହ ଶ୍ରମିକମାନଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ସହାୟତା ରାଶିର ଚେକ୍ ପ୍ରଦାନ କରିଛନ୍ତି ଉତ୍ତରାଖଣ୍ଡ ସିଏମ୍ । ସେପଟେ ସବୁ ଶ୍ରମିକଙ୍କ ସହ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ଦୀର୍ଘ 17 ଦିନ ପରେ ଉତ୍ତରକାଶୀର ଅନ୍ଧାରୀ ଟନେଲ ଭିତରୁ ଉଦ୍ଧାର ହୋଇଛି 41 ଜୀବନ । ଉଦ୍ଧାର ପରେ ସମସ୍ତ ଶ୍ରମିକଙ୍କୁ ଉତ୍ତରାଖଣ୍ଡର ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସମସ୍ତଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ରିଷିକେଶରେ ଥିବା ଏମସକୁ ସ୍ଥାନାନ୍ତର କରାଯାଇଛି । ବାୟୁସେନାର transport aircraft `ଚିନୁକ'ରେ ସେମାନଙ୍କୁ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରମିକଙ୍କୁ ଭେଟିବାକୁ ଏମ୍‌ସକୁ ଯାଇପାରନ୍ତି ବୋଲି ସୂଚନା ମିଳିଛି ।

ଅଧିକ ପଢନ୍ତୁ ଭାରତ ଖବର  
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ